ଦେବଗଡ଼,ଏନ୍ଏନ୍ଏସ୍: ଆନନ୍ଦ ମାର୍ଗ ପ୍ରଚାରକ ସଂଘ ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ପୁରୁଣାଗଡ଼ସ୍ଥିତ ମାଇକ୍ରୋ ଭିଟା ରିସର୍ଚ୍ଚ ଏକାଡେମୀ ପରିସରରେ ସଂଘ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ପବିତ୍ର ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂଘର ସମ୍ବଲପୁର ଡାୟୋସିସ ସମ୍ପାଦକ ଆଚାର୍ଯ୍ୟ କୃଷ୍ଣ ସରୟନନ୍ଦ ଅବଧୂତ, ମୁଖ୍ୟବକ୍ତା ଭାବେ ଦେବଗଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାର ସନ୍ୟାସୀ ଆଚାର୍ଯ୍ୟଜୀବ ପ୍ରେମାନନ୍ଦ ଅବଧୂତ, ଗବେଷିକା ସରୋଜିନୀ ପ୍ରଧାନ, ପଲସମା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିବ୍ୟ ସୁନ୍ଦର ଗଡ଼ନାୟକ ଓ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷକ ଶରତ ଚନ୍ଦ୍ର ସେଠ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସାମାଜିକ ପରିସ୍ଥିତିରେ ଆନନ୍ଦମୂର୍ତ୍ତିଙ୍କ ପଦାଙ୍କ ଅନୁସରଣ ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।