ପାତ୍ରଗୁଡ଼ା ପଞ୍ଚାୟତରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ପାତ୍ରଗୁଡ଼ା ପଞ୍ଚାୟତସ୍ଥ ଶୈବପୀଠ ପରିସରରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ନାଲା ଓ ଯନ୍ତ୍ରୀ ରାମଚନ୍ଦ୍ର ସୂତାରଙ୍କ ମିଳିତ ସହଯୋଗ ଏବଂ ଗ୍ରାମ୍ୟ ରୋଜଗାର ସେବକ କମଳାକାନ୍ତ ଖୁଣ୍ଟିଆ ଓ ଗଣେଶ ପ୍ରସାଦ ପୂଜାରୀଙ୍କ ମିଳିତ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ମୁଖ୍ୟବକ୍ତା ଭାବେ ବିଡ଼ିଓ ପ୍ରିତମ କୁମାର ତନ୍ତୀ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟା ମାଧବୀ କନ୍ଧପାଣି, ସ୍ଥାନୀୟ ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା, ସମିତି ସଭ୍ୟା ଶକୁନ୍ତଳା ନୁଣ୍ଡ୍ରୁକା, ଘମଟଗୁଡ଼ା ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା,ତେଲେଙ୍ଗା ପଦର ସରପଞ୍ଚ ଉପେନ୍ଦ୍ର ଶିକକା, ଶିବପଦର ସରପଞ୍ଚ ପ୍ରକାଶ କରଶୀକା, ନାଏବ ସରପଞ୍ଚ ମନ୍ତରା ସିକକା, ରତନଲାଲ ଜୈନ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ବୃନ୍ଦାବନ ପାଢ଼ୀ, ଲୋକନାଥ ଶତପଥୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ନନ୍ଦକିଶୋର ପଟ୍ଟନାୟକ ଓ ଲାଡି ଶଙ୍କର ରାଓ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ନୁଣ୍ଡ୍ରୁକା ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ ଆଉ ସେମାନେ କିପରି ଅଧିକରୁ ଅଧିକତର ଲାଭବାନ ହେବେ ସେନେଇ ବୁଝାଇଥିଲେ । ସେହିପରି ମୁଖ୍ୟବକ୍ତା ବିଡ଼ିଓ ଶ୍ରୀ ତନ୍ତୀ ଓ ସମ୍ମାନିତ ବକ୍ତାମାନେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଷିତ ବିଭିନ୍ନ ନୃତ୍ୟ, ସଙ୍ଗୀତ, ବାଦ୍ୟ ଓ ଅନ୍ୟାନ୍ୟ କଳା ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପଞ୍ଚାୟତ ତରଫରୁ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଜଗଦଲପୁର୍ ପଞ୍ଚାୟତ ଅଧିକାରୀ କୈଳାଶ ଚନ୍ଦ୍ର ପାତ୍ର, ଶରଧାପୁର ଜିଆରଏସ କମଳାକାନ୍ତ ଖୁଣ୍ଟିଆ, ସ୍ଥାନୀୟ ଜିଆରଏସ ଗଣେଶ ପୂଜାରୀ, ସମସ୍ତ ପଞ୍ଚାୟତ ୱାର୍ଡ ମେମ୍ବର ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପଞ୍ଚାୟତ ଅଧିକାରୀ ଶ୍ରୀ ନାଲା ଧନ୍ୟବାଦ ଦେଇଥିଲେ ।