ଟଙ୍କା ଖର୍ଚ୍ଚ କରିବାରେ ରେକର୍ଡ ସୃଷ୍ଟି କଲା ରେଲୱେ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟଙ୍କା ଖର୍ଚ୍ଚ କରିବାରେ ରେକର୍ଡ ସୃଷ୍ଟି କରିଛି । ରେଳ ମନ୍ତ୍ରଣାଳୟ ଅନୁସାରେ, ୨୦୨୩ ଏପ୍ରିଲ ୧ରୁ ୨୦୨୩ ଡିସେମ୍ବର ୩୧ ଅର୍ଥାତ୍ ୯ ମାସ ମଧ୍ୟରେ ରେକର୍ଡସ୍ତରରେ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅବଧି ମଧ୍ୟରେ ମିଳିଥିବା ବଜେଟ୍‌ର ୭୫ ପ୍ରତିଶତ ରେଲୱେ ଖର୍ଚ୍ଚ କରିସାରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୩-୨୪ ବଜେଟରେ ଭାରତୀୟ ରେଲୱେକୁ ୨.୪୦ ଲକ୍ଷ କୋଟି ଟଙ୍କା ଦେଇଥିଲେ ।

ଉପରୋକ୍ତ ୯ ମାସ ମଧ୍ୟରେ କରାଯାଇଥିବା ନିବେଶରେ ନୂଆ ରେଳ ଲାଇନର ବିକାଶ, ଟ୍ରାକ୍ ଦୋହରୀକରଣ, ଗେଜ୍ ପରିବର୍ତ୍ତନ ଓ ଯାତ୍ରୀ ସୁବିଧା ବୃଦ୍ଧି ଭଳି ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ବ୍ୟୟ କରିଛି । ଭାରତୀୟ ରେଲୱେ ପାଇଁ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା । ସେଥିପାଇଁ ବଜେଟର ବଡ଼ ଭାଗ ସୁରକ୍ଷାରେ ଖର୍ଚ୍ଚ କରାଯାଇଛି । ଚଳିତ ବଜେଟରେ ରେଲୱେକୁ ବର୍ତ୍ତମାନ ସୁଦ୍ଧାର ସବୁଠୁ ବଡ଼ ଅଂଶ ମିଳିଥିଲା ।