ଟିକା ପାଇଁ ଲମ୍ବା ଧାଡ଼ିରେ ଆଧାର କାର୍ଡ

ସଇଁନ୍ତଲା,ଏନ୍ଏନ୍ଏସ୍: କରୋନାର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ସରକାର ଟିକା ନେବା ସଚେତନ କରୁଥିବାବେଳେ ଏବେ ବି କିଛି ଲୋକ ଭୟରେ ଟିକା ନେଉନାହାନ୍ତି। କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକରେ ଟିକା ନେବା ପାଇଁ ଲୋକଙ୍କ ମନରେ ଥିବା ଉତ୍ସାହର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ତେବେ ବ୍ଲକର ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଲୋକେ ଟିକା ପାଇଁ ଆଧାର କାର୍ଡ ମାଧ୍ୟମରେ ଲମ୍ବା ଲାଇନ ଲଗାଇଥିବା ଜଣାପଡ଼ିଛି।