ମହାରାଷ୍ଟ୍ରରେ ୧ କୋଟି ଲୋକଙ୍କୁ ଲାଗିଲା ଭ୍ୟାକ୍ସିନର ଉଭୟ ଡୋଜ୍

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢ଼ିବା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ଟିକାକରଣ। ଗୋଟିଏ ସମୟରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ପାଲଟିଥିବା ମହାରାଷ୍ଟ୍ର ଆଜି ଅନ୍ୟ ରାଜ୍ୟ ପାଇଁ ପ୍ରେରଣାସ୍ରୋତ ପାଲଟିଛି। କାରଣ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୧ କୋଟି ଲୋକ ଭ୍ୟାକ୍ସିନ ଉଭୟ ଡୋଜ୍ ଲଗାଇ ସାରିଛନ୍ତି। ଭାରତର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି। ଏଥିସହିତ ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୯ କୋଟିରୁ ଅଧିକ ଲୋକ ଭ୍ୟାକ୍ସିନର ଉଭୟ ଡୋଜ୍ ନେଇଥିବା ଜଣାପଡ଼ିଛି।