ମୟୂରଭଞ୍ଜରୁ ୨ ନୂଆ କରୋନା ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୧୩୮ରେ ପହଁଞ୍ଚିଛି। ସେହିପରି ଫେବୃଆରୀ ୧୨ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୪,୦୧୪ ରହିଥିବାବେଳେ ୩୩ ଜଣ ସକ୍ରିୟ ଥାଇ ପିଆରଏମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ୍ ୯୧ ଜଣଙ୍କର ମୃତ୍ୟୁ ହୋଇଛି।