ସୋନାପୁର ସମୁଦ୍ର କୂଳରୁ ବିରଳ ତିମି ଉଦ୍ଧାର, ଲମ୍ବ ୨୫ଫୁଟ

ବ୍ରହ୍ମପୁର,ଏନ୍ଏନ୍ଏସ୍: ସୋନାପୁର ସମୁଦ୍ର କୂଳରେ ଆଜି ଏକ ବିରାଟ ତିମି ମାଛ ଲାଗିଥିବା ଦେଖିବାକୁ ମିଳିଛି। ଏହି ବିରଳ ପ୍ରଜାତିର ତିମି ମାଛର ଲମ୍ବ ୨୫ଫୁଟ ହେବ ବୋଲି ଜଣାପଡିଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୋନାପୁର ସମୁଦ୍ର ବେଳାଭୂମୀକୁ ସୋନାପୁର ଅଞ୍ଚଳର କିଛି ମତ୍ସଜିବୀ ମାଛ ଧରିବାକୁ ସମୁଦ୍ରକୁ ଯାଉଥିବା ବେଳେ ହଠାତ୍ ମାଛ ଜାଲରେ ଏକ ବଡ ସାର୍କହ୍ଵେଲ୍ ମାଛ ଲାଗିଥିଲା।

ପରେ ମତ୍ସଜିବୀ ମାନେ ଜାଲଟିକୁ ବେଳଭୂମି ନିକଟକୁ ଆସି ମାଛଟିକୁ କାଢି ପୁଣି ପାଣିରେ ଛାଡିବାକୁ ଉଦ୍ୟମ କରିଥିଲେ, ହେଲେ ମାଛଟି ପାଣି ଭିତରକୁ ଯାଇ ନପାରି ପୁଣି କୂଳକୁ ଫେରି ଆସିଥିଲା। ପରେ ତିମି ମାଛଟିର ମୃତ୍ୟୁ ଘଟିଛି। ଏହାକୁ ଦେଖିବା ଲାଗି ଏଠାରେ ପ୍ରବଳ ଭିଡ଼ ଲାଗିଛି। ସେହିପରି ଗତ ସପ୍ତାହରେ ମଧ୍ୟ ଗୋପାଳପୁର ବେଳାଭୂମିରେ ଏକ ବିରାଟ ତିମି ଲାଗିଥିଲା। ଯାହାକୁ ପରେ ସମୁଦ୍ର ଭିତରେ ଛାଡ଼ି ଦିଆଯାଇଥିଲା।