ଦଙ୍ଗାରେ ପ୍ରଭାବିତ ଲୋକଙ୍କ ପାଇଁ ଆଜିଠାରୁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କଲେ ଦିଲ୍ଲୀ ସରକାର

ଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଗତ ଦିନରେ ସିଏଏକୁ ନେଇ ହୋଇଥିବା ଦଙ୍ଗାରେ ଅନେକ ଧନ ଜୀବନ କ୍ଷତି ହୋଇଛି। ଏଥିରେ ଅନେକଙ୍କ ଘର ଭାଙ୍ଗି ଦିଆଯାଇଥିବା ବେଳେ ସ୍କୁଲରେ ମଧ୍ୟ ପଶି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଏଭଳି ଅପ୍ରିତି କର ପରିସ୍ଥିତି ପରେ ଗତ କାଲିଠାରୁ ଦିଲ୍ଲୀରେ ପରିସ୍ଥିତି ସୁଧାରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜିଠାରୁ ପ୍ରଭାବିତ ଲୋକଙ୍କ ପାଇଁ ଅନୁକମ୍ପାମୂଳକ ରାଶୀ ପ୍ରଦାନ କରାଯାଉଛି।

ଉତ୍ତରପୂର୍ବ ଦିଲ୍ଲୀ ବିଧାୟକ ତଥା ମନ୍ତ୍ରୀ ଗୋପାଳ ରାଇ ଆଜି ଜିଟିବି ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟି ଏହି ରାଶୀ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଆହତମାନଙ୍କ ପାଇଁ ଦିଲ୍ଲୀ ସରକାର ନଗଦ ୨୦ ହଜାର ଟଙ୍କା ଦେଇଛନ୍ତି। ଦଙ୍ଗାରେ କ୍ଷତିଗସ୍ତଙ୍କ ପରିଚୟ ପତ୍ର ନଥିଲେ ମଧ୍ୟ ମେଡିକାଲର ରେଜିଷ୍ଟରକୁ ଆଧାର କରି ଏହି ରାଶୀ ପ୍ରଦାନ କରାଯାଇଛି।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଆହତଙ୍କୁ ମାଗଣା ଚିକିତ୍ସା ସହ ୫ ଲକ୍ଷ ଟଙ୍କା ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।