ଧାମରା ଅଞ୍ଚଳରେ ନବ ନିର୍ମିତ ଗ୍ୟାସ ଟର୍ମିନାଲ ସାଇଟରେ ଅଗ୍ନିକାଣ୍ଡ

ଭଦ୍ରକ,ଏନ୍ଏନ୍ଏସ୍: ଧାମରା ବନ୍ଦରରେ ନବ ନିର୍ମାଣ ହେଇଥିବା ଗ୍ୟାସ ଟର୍ମିନାଲ କନଷ୍ଟ୍ରକସନ ସାଇଟରେ ଗତକାଲି ବିଳମ୍ୱିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟିିଛି। ଏହି ଅଗ୍ନିକାଣ୍ଡରେ ଗ୍ୟାସ ପଏଷ୍ଟ ନିକଟରେ ଥିବା କନଷ୍ଟ୍ରକସନ ସାଇଟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।

ନିଆଁର ପ୍ରପୋକ ଅଧିକ ଥିବାରୁ ପୋଟ କର୍ମଚାରୀ ନିଆଁକୁ ଆୟତ କରିପାରିନଥିଲେ। ଧାମରା ପୋର୍ଟର ଅଗ୍ନିସମ ବିଭାଗ ନିଆାଁକୁ ଆୟତ କରିବାରରେ ବିଫଳ ହେବାରୁ ନିକଟରେ ଧାମରା ଅଗ୍ନିସମ ବିଭାଗ ଓ ବାସୁଦେବପୁର ଅଗ୍ନିସମ ବିଭାଗର ଗାଡ଼ି ପହଁଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବାବେଳେ ପ୍ରାୟ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ସୂଚନା ମିଳିଛି।

କାଠ ଓ ଫାଇବର ସ୍ଲାବ ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହ଼ଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଗ୍ୟାସ୍‌ ଲିକ୍‌ରୁ ହୋଇଥିବା ସନ୍ଦେହ କରାଯାଉଛି।