ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିକାଛିଡା ଗ୍ରାମ ପଞ୍ଚାୟତର ସିନଖମନ ଗାଁ’ରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁକୁ ନେଇ ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକର ଡବ୍ଲୁଇଓ ଜ୍ଞାନରଞ୍ଜନ ବଡ଼ଜେନାଙ୍କ ଆବାହକରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଆଦର୍ଶ ଗ୍ରାମର ଉନ୍ନୟନ ମୂଳକ କାମର ତଦାରଖ ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଯେଉଁଥିରେ ଶିକାଛିଡା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କ୍ଷୀଲେନ୍ଦ୍ର ଶତପଥୀଙ୍କୁ କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।
ସିନଖମନ ଗ୍ରାମଟି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବାର ଅଢେଇ ବର୍ଷ ବିତିଯାଇଥିଲେ ସୁଦ୍ଧା ଗ୍ରାମରେ କୌଣସି ଉନ୍ନତି ମୂଳକ କାମ ହୋଇନଥିବାରୁ ବୈଠକରେ ଉପସ୍ଥିତ ଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜିର ଏହି ବୈଠକରେ ଶିକାଛିଡା ସମିତିସଭ୍ୟ ବିନିତା ପଧାନ, ଇଓ ଶୈଳେନ୍ଦ୍ର ପ୍ରଧାନ, ଜେଇ ସଞ୍ଜୟ ସାହୁ, ଉମାକାନ୍ତ ନାୟକ, ଅନନ୍ତ କୁଅଁର, ଘନଶ୍ୟାମ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।