ବିବାହିତ ମହିଳାଙ୍କ ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜଡି ଚାତର ଗ୍ରାମରେ ଘର ଭିତରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଲମ୍ବୋଦର ଦାସଙ୍କ ଝିଅ ବର୍ଷାରାଣୀ ଦାସ(୨୫)।ସୂଚନା ଅନୁଯାୟୀ, ବର୍ଷାରାଣୀ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ଭଞ୍ଜକିଆ ଗ୍ରାମର ରାଜେଶ ଦାସଙ୍କ ପୁଅ ପପୁନ କୁମାର ଦାସଙ୍କୁ ବିବାହ କରିଥିଲେ। କିଛିଦିନ ପୂର୍ବରୁ ବର୍ଷାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବାପରେ ମୃତ୍ୟୁ ଘଟିଥିଲା। ଏହାପରେ ବର୍ଷାଙ୍କୁ ତାଙ୍କ ସ୍ୱାମୀ ଆଣି ବାପଘରେ ଛାଡିଦେଇ ଥିଲେ। କୌଣସି କାରଣରୁ ଆଜି ବର୍ଷା ନିଜ ଓଢଣୀକୁ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ନିକଟରେ ଏକ ସୁଇସାଇଡ ନୋଟ ଥିବା ପରିବାର ଲୋକେ କହିଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରିରଖିଛି।