ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ହେଲେ ପିଙ୍ଗୁ ପାଟଣା ଗ୍ରାମର ତିଳତ୍ତମା ସୋରେନ(୨୫)। ସେ ଘର ଭିତରେ ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଖବର ପାଇ ପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ-୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ତ୍ତିଳତ୍ତମା ସ୍ୱାମୀ ସୁଶାନ୍ତଙ୍କ ଦ୍ୱିତୀୟ ପତ୍ନୀ ଥିବା ଜଣାପଡ଼ିଛି।