ଟ୍ରେନ ଲାଇନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ସଇଁନ୍ତଲା,ଏଜେନ୍ସି: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ(ଭନ୍ଦ୍ରା ନୂଆଁବସ୍ତି) ଗ୍ରାମର ପାଣ୍ଡବ ଭୋଇ ନାମକ ଯୁବକ ଜଣକ କୌଣସି କାରଣରୁ ମାଲବାହୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯାହା ସୂଚନା ମିଳିଛି ଯେ, ମୋବାଇଲରେ ଗେମ୍‌ ଖୋଲି କି ସବୁଯାକ ଟଙ୍କା ବ୍ୟୟ କରିଥିଲେ, ଯାହା ଫଳରେ ଚିନ୍ତାରେ ଭାରସାମ୍ୟ ହରାଇ ଶେଷରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ତାଙ୍କର ଜୀବନ ଯାଇଥିବା ବୋଲି ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।