ଇସ୍ରାଏଲରେ ମିଳିଲା ଓମିକ୍ରନ୍‌ର ନୂଆ ଷ୍ଟ୍ରେନ୍‌, ଚାଇନାରେ ବେକାବୁ

ନୁଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ମହାମାରୀ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ତେବେ ବିଶ୍ୱର ବିଭିନ୍ନ ଦେଶରୁ କରୋନା ମହାମାରୀକୁ ନେଇ ଚିନ୍ତା ଜନକ ଖବର ଆସିବାକୁ ଲାଗିଲାଣି। ପଡୋଶୀ ଚାଇନାରେ ସଂକ୍ରମଣ ତିବ୍ର ଗତିରେ ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି।

ଚାଇନାରେ ୨୦୨୦ ପରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଚାଇନାରେ ଗତ କିଛି ଦିନ ହେବ ଦୈନିକ ତିନି ହଜାରରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଚାଇନା ବ୍ୟତିତ ଦକ୍ଷିଣ କୋରିଆ, ଆଫ୍ରୀକା ଏବଂ ଇଉରୋପୀୟ ଦେଶ ଗୁଡ଼ିକରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଛି।

ଭାରତୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏଥିରେ ସେ ଅଧିକାରୀ ମାନଙ୍କୁ ସର୍ଭିଲାନ୍ସ ଏବଂ ଜିନୋମ ସିକ୍ୟୁଏନ୍ସି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନାରେ ଏକ ନୂଆ ଲହର ସହିତ ସଂକ୍ରମଣ ବଢୁଥିବା ବେଳେ ଇସ୍ରାଏଲ୍‌ରେ ଏବେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପ୍ରକାରଟି ଦୁଇଟି ଓମିକ୍ରନ୍ ପ୍ରକାରର ମିଶ୍ରଣରୁ ସୃଷ୍ଟି ହୋଇଛି। ତେବେ ଏହି ନୂଆ ପ୍ରକାରର କରୋନା ଭାରିଆଣ୍ଟର ପ୍ରତିକାର କିମ୍ବା ମୁକାବିଲା ବିଷୟରେ କୌଣସି ସୂଚନା ମିଳିନାହିଁ।

ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା। ଏହା ତିବ୍ର ଗତିରେ ବିସ୍ତାର କରିପାରେ। କିନ୍ତୁ ଡେଲ୍ଟା ଭାରିଆଣ୍ଟ ତୁଳନାରେ ଏଥିରେ ମୃତ୍ୟୁ ହାର କମ୍ ରହିଥିଲା।

ବର୍ତ୍ତମାନ ଓମିକ୍ରନ୍‌ର ଦୁଇଟି ଭାରିଆଣ୍ଟର ମିଶ୍ରଣରେ ସଷ୍ଟି ହୋଇଥିବା ନୂଆ ଭାରିଆଣ୍ଟ କେତେ ବିଦଜ୍ଜ୍ୱନକ ଏବଂ ଏହାକୁ ରୋକିବାକରେ କରୋନା ବିରୋଧୀ ଟିକା କେତେ ପ୍ରଭାବି ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।