ୟୁପିରେ ହେବ ଦେଶର ସବୁଠୁ ବଡ଼ ଫିଲ୍ମସିଟି: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଦିତ୍ୟନାଥ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦେଶକୁ ଏକ ଭଲ ଫିଲ୍ମ ସିଟିର ଆବଶ୍ୟକତା ଥିବାବେଳେ ଏହି ଦାୟିତ୍ୱ ନିର୍ବାହ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ଫିଲ୍ମସିଟି ପାଇଁ ନୋଏଡା, ଗ୍ରେଟର ନୋଏଡା ଓ ଯମୁନା ଏକ୍ସପ୍ରେସ ଅଞ୍ଚଳ ଖୁବ୍ ସହାୟୀ ହେବ।

ଯୋଗୀ ସରକାର ୟୁପିର ଫିଲ୍ମ ନୀତିକୁ ମଧ୍ୟ ବଦାଳାଇବାକୁ ପ୍ରସ୍ତୁତି ଚଲାଇଛନ୍ତିି। ଏନେଇ ବଡ଼ ବଡ଼ ଫିଲ୍ମ ନିର୍ଦ୍ଦେଶକ ଓ କଳାକାରଙ୍କ ସହ ଆଲୋଚନା କରୁଛନ୍ତି। ଏଥିସହିତ ସରକାର ସିଧାସଳଖ ଫିଲ୍ମ ନିର୍ମାତାଙ୍କ ରାୟ ନେବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଏହି ନିଷ୍ପତ୍ତିକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ସ୍ୱାଗତ କରିଛନ୍ତି।