ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡକୁ ଇଣ୍ଟରଷ୍ଟେଟ ବସ ଟର୍ମିନାଲ କରିବା ପାଇଁ ଆରମ୍ଭ ହୋଇଛି ନବୀକରଣ ପ୍ରକ୍ରିୟା। ଏନେଇ ବିଡିଏ ପକ୍ଷରୁ ଆଜିଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ୧୫ ଏକର ସ୍ଥାନରେ ଏହି ବସ ଟର୍ମିନାଲ ନିର୍ମାଣ ହେବ। ଏହାକୁ ବ୍ରିଜ ଆଣ୍ଡ ରୁଫସ କମ୍ପାନୀ ଇଣ୍ଡିଆ ଲିମିଟେଡ ପକ୍ଷରୁ ନିର୍ମାଣ କରାଯାଉଛି।
ଏହି ନୂତନ ବସ୍ ଟର୍ମିନାଲରେ ନିରବଚ୍ଛିନ୍ନ ବିତ୍ୟୁତ ସେବା ଯୋଗାଇ ଦିଆଯିବ। ସେହିପରି ଅଗ୍ନି ନିର୍ବିପାକ ସହ ଫାୟାର ଆଲାରାମ ବ୍ୟବସ୍ଥା ରହିବ। ଏଠାକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ସୂଚନା ଡିସପ୍ଲେ ବ୍ୟବସ୍ଥା ହୋଇଛି। ଅପରପକ୍ଷରେ ବସଷ୍ଟାଣ୍ଡରେ ଦୋକାନ କରିଥିବା ବ୍ୟବସାୟୀମାନେ ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି।