ଡ୍ରେନରୁ ଶିଶୁକନ୍ୟା ଉଦ୍ଧାର

କଟକ,ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକବିଂଶ ଶତାବ୍ଦୀରେ ଯୁଗର ବ୍ୟାପକ ପରିବର୍ତ୍ତନ ହୋଇଥିଲେବି ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ। ଶିକ୍ଷାର ଯୁଗରେ କିଛି ମଣିଷ ଏବେ ବି ଅଶିକ୍ଷିତ। ଆଉ ତା ପାଇଁ ଅଲୋଡା ହୋଇପଡିଛି ଶିଶୁକନ୍ୟା। କଟକର ସୂତାହାଟ ଅଞ୍ଚଳର ଥିବା ଏକ ପରିତ୍ୟକ୍ତ ଡ୍ରେନରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ସୂତାହାଟ ଅଞ୍ଚଳରେ ଶିଶୁକନ୍ୟାଟି ପଡିଥିବା ନେଇ କିଛି ଲୋକେ ଦେଖିଥିଲେ। ପରେ ଶିଶୁକୁ ଉଦ୍ଧାର କରାଯାଇ ତାଙ୍କୁ ତୁରନ୍ତ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ଝିଅଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ତେବେ କେଉଁ ଅବସ୍ଥାରେ ଓ କିପରି ଶିଶୁଟି ଡ୍ରେନ୍ ରେ ପଡିଲା ତାହା ଜଣାପଡିନାହିଁ। ଏପର୍ଯ୍ୟନ୍ତ ତାଙ୍କର ବାପାମାଙ୍କ ସନ୍ଧାନ ମିଳିପାରିନାହିଁ ବୋଲି ଜଣାପଡିଛି। ସେହିପରି ମଙ୍ଗଳବାର ଭୁବନେଶ୍ୱର ବମୀଖାଲ କେନାଲ ରୋଡ ରୁ ଏକ ସଦ୍ୟଜାତ ଶିଶୁକୁ କମିଶନରେଟ ପୂଲିସ ଉଦ୍ଧାର କରିଛ୍ି।