Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନଭେମ୍ବର ୨୭ରେ ୪ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଉପନିର୍ବାଚନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନଭେମ୍ବର ୨୭ରେ ୪ ଜିଲ୍ଲା ପରିଷଦ ଓ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ନିର୍ବଚନ କମିଶନ ପକ୍ଷରୁ ଓଡିଶାର ୨୭ଟି ଜିଲ୍ଲାରେ ଖାଲି ପଡିଥିବା ୪ଟି ଜିଲ୍ଲା ପରିଷଦ ସଭ୍ୟ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଓ ୩୦୩ ୱାର୍ଡ ମେମ୍ବର ପଦବୀ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଜିଲ୍ଲା ପରିଷଦ ଜୋନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ୧୯-ଛତ୍ରପୁର, ଯାଜପୁର ଜିଲ୍ଲାର ୮-ଧାନଗଦି, ଓ କୋରାପୁଟ ଜିଲ୍ଲାର ୧୫-ପଟାଙ୍ଗୀ ଏବଂ ୧୦ ଦଶମନ୍ତପୁର।

ବିଜ୍ଞପ୍ତି ଅନୁଯାୟୀ ନିର୍ବାଚନ ଅଅଧିକାରୀମାନେ ଆସନ୍ତା ୨୯ ତାରିଖରେ ନୋଟିସ୍ ଜାରି କରିବେ। ଆସନ୍ତା ୩୧ରୁ ନଭେମ୍ବର ୨ ତାରିଖ ମଧ୍ୟରେ ମନୋନୟ ପତ୍ର ଗ୍ରହଣ କରାଯିବ। ଏହାକୁ ଯାଞ୍ଚ କରାଯିବା ପରେ ନଭେମ୍ବର ୫ରେ ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରାଯିବ। ନଭେମ୍ବର ୭ରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତା ନଭେମ୍ବର ୨୭ରେ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ଏହାର ପରଦିନ ଅର୍ଥାତ୍ ନଭେମ୍ବର ୨୮ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ। ତେବେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୱାର୍ଡ, ଗ୍ରାମ ପଞ୍ଚାୟତ, ଜିଲ୍ଲା ପରିଷଦ ଜୋନ୍ ରେ ଆଦର୍ଶ ଆଚରଣବିଧି ଅକ୍ଟୋବର ୨୧ ତାରିଖରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରାଜ୍ୟ ନିର୍ବାଚନ କମିଶନ୍ ପକ୍ଷରୁ ସୂଚାନ ଦିଆଯାଇଛି।