ପ୍ରଦୂଷଣ ରୋକିବା ଲାଗି କାଲିଠୁ ଦିଲ୍ଲୀରେ ଚାଲିବନି ଜେନେରେଟର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଆସନ୍ତାକାଲିଠାରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଡିଜେଲ ଚାଳିତ ଜେନେରେଟର ଚଳାଇବା ଉପରେ ରୋକ ଲଗାଯାଇଛି। କିନ୍ତୁ ହସ୍ପିଟାଲ, ରେଳ ଓ ଜରୁରୀକାଳୀନ ସୁବିଧା ସହ ଜଡ଼ିତ ସ୍ଥାନରେ ଏହି ନିୟମ ଲାଗୁ ହେବନାହିଁ।

ସୂଚନାଯୋଗ୍ୟ, ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଆଜି ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରେ ଗତ କିଛିଦିନ ହେବ ପ୍ରଦୂଷଣର ମାତ୍ରା ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରଦୂଷଣ ବୋର୍ଡ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏତଦବ୍ୟତୀତ ଦିଲ୍ଲୀ ସଡ଼କରେ ପାଣି ଛିଞ୍ଚିବା ସହ ଅନ୍ୟ ପଦକ୍ଷେପ ଉଠାଇବାକୁ ନେଇ ସରକାର ବିଚାର କରୁଛନ୍ତି। ଗତବର୍ଷ ଦିଲ୍ଲୀ ଗାଡ଼ି ପାଇଁ ଅଡ-ଇଭନ ଉପାୟ ଆପଣାଇଥିଲେ।