ଭୋପାଲ,ଏଜେନ୍ସି: ୨୦୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଲା ୫ ବର୍ଷର ଶିଶୁ। ମଧ୍ୟପ୍ରଦେଶର ନିୱାଡି ଜିଲ୍ଲା ମୁଖ୍ୟଳୟ ଠାରୁ ପ୍ରାୟ ୩୬ କି.ମି ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁଯାୟୀ, ବୋରୱେଲ ଖୋଳା ପାଇଁ କାମ କରୁଥିବା ବେଳେ ହରିକିଶନଙ୍କ ପୁଅ ପ୍ରହ୍ଲାଦ ବୋରୱେଲରେ ଖସିପଡ଼ିଥିଲେ। ଏହି ବୋରୱେଲରେ ୧୦୦ ଫୁଟ ଗଭୀର ଯାଏଁ ପାଣି ରହିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।