ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ହେବ ରାଜ୍ୟରେ କରୋନା ମୃତ୍ୟୁ ମାମଲା କମିଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ମୃତ୍ୟୁ ସଂଖ୍ୟା ୧୪କୁ ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୭୮ରେ ପହଞ୍ଚିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, କଟକ ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼ ଓ ସମ୍ବଲପୁରର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ସେହିପରି ନଭେମ୍ବର ୪ ସୁଦ୍ଧା ରାଜ୍ୟରେ ୧୩୮୫ କରୋନା ପଜିଟିଭ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪କୁ ବୃଦ୍ଧି ହୋଇଛି। ସେଥିରୁ ୨,୮୨,୦୭୩ ଜଣ ସୁସ୍ଥ ହୋଇଥିବାବେଳେ ୧୩,୭୭୦ ଜଣ ଚିକିତ୍ସିତ ହେଉଛନ୍ତି।