ନୂଆବର୍ଷ ଆରମ୍ଭରୁ ଲାଲବାହିନୀର ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

ମାଲକାନଗିରି,ଏନ୍ଏନ୍ଏସ୍: ନୂଆବର୍ଷ ଆରମ୍ଭରୁ ଲାଲବାହିନୀର ବର୍ବରତା। ପୁଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲା ବାସାଗୁଡା ଥାନା ତିମାପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଗ୍ରାମବାସୀଙ୍କ ଗଳା କାଟି ମାଓବାଦୀ ହତ୍ୟା କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାସାଗୁଡା ଥାନା ତିମାପୁର ଗାଁରେ ୫ରୁ ୬ ଜଣ ସଶସ୍ତ୍ର ମାଓବାଦୀ ହେମନ୍ତ ବଡି ନାମକ ଜଣେ ମାନସିକ ବିକାରଗ୍ରସ୍ତ ଗ୍ରାମବାସୀଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି।

ହତ୍ୟା ପରେ ଶବ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବିଜାପୁର ଏସପି କୋମଲ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି। ହେମନ୍ତ ବଡିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ସୂଚନା ମିଳିଛି।