ଓମିକ୍ରନ୍ ହବ୍ ପାଲଟିଲାଣି ରାଜଧାନୀ, ଭୟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀରେ ଏବେ ଓମିକ୍ରନ୍ ସ୍ଥିତି ସଙ୍ଗୀନ ରହିଛି। ଚଳିତ ସପ୍ତାହରେ ହଠାତ୍ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସହିତ ଓମିକ୍ରନ୍ ମାମଲାକୁ ନେଇ ମଧ୍ୟ ଡେଞ୍ଜର ଜୋନ୍‌ରେ ରହିଛି ନୂଆଦିଲ୍ଲୀ।

ମାତ୍ର ରାଜଧାନୀରେ ଏଭଳି ସ୍ଥିତି ଉପୁଜିଥିବା ସତ୍ତ୍ୱେରାଜଧାନୀ ବାସୀ ବା ଦିଲ୍ଲୀ ବାସୀଙ୍କୁ ଭୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀରେ ଓମିକ୍ରନ୍ ସ୍ଥିତିକୁ ନେଇ ସୂଚନା ଦେଇ କେଜ୍ରିୱାଲ କହିଛନ୍ତି ଯେ ଓମିକ୍ରନ୍ ମାମଲା ବଢୁଛି ସତ ମାତ୍ର ସିଭିୟରିଟି କମ୍ ରହିଛି ଅର୍ଥାତ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା କମ୍ ରହିଛି।

ଦ୍ୱିତୀୟ ଲହର ସମୟରେ ଯେଉଁଭଳି ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଥିଲା ଏଥର ସେଭଳି କିଛି ସ୍ଥିତି ଉପୁଜିନାହିଁ ଯଦି ବି ସ୍ଥିତି ବିଗିଡେ ତେବେ ଦିଲ୍ଲୀ ସରକାର ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଦିଲ୍ଲୀବାସୀ ଭୟ ନକରି ସତର୍କ ରହିବାର ଆବଶ୍ୟକ ରହିଛି ବୋଲି ସାମ୍ବାଦ୍ଖଳ ସମ୍ମିଳନୀରେ ଆଜି ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।