ଦୁଇ ଦିନ ପରେ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା, ଟିମ୍‌କୁ ଦିଆଯିବ ଟ୍ରେନିଂ

ଟାଙ୍ଗୀ,ଏନ୍ଏନ୍ଏସ୍: ଦୁଇ ଦିନ ପରେ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା। ଆସନ୍ତା ୪ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହେବାକୁ ଯାଉଛି। ତେବେ ପକ୍ଷୀ ଗଣନା ପୂର୍ବରୁ ସୋମବାର ଗଣନାକାରୀ ଟିମ୍‌ଗୁଡିକୁ ଟ୍ରେନିଂ ପ୍ରଦାନ କରାଯିବ।

ସମଗ୍ର ଚିଲିକା ତଥା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ଡିଭିଜନର ୫ ରେଞ୍ଜ ଏରିଆରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହେବ ବୋଲି ଜଣାପଡିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ ଓ ବିଦେଶୀ ପକ୍ଷୀ ଆଗମନ କରିଛନ୍ତି ସେନେଇ ଗଣନା କରାଯିବ।

ତେବେ ଏହି ଗଣନା ସରକାରୀ ଭାବେ କରାଯିବ ବୋଲି ଜଣାପଡିଛି। ଆସନ୍ତା ୪ ତାରିଖ ସକାଳ ୬ଟାରୁ ଅପରାହ୍ଣ ୧୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।