ମାଞ୍ଚା ସୂତା ବିକ୍ରି ବିରୋଧରେ ସ୍ପେଶାଲ ଡ୍ରାଇଭ୍‌, ପୁରୀରେ ୫ଟି ମାମଲା ରୁଜୁ

ପୁରୀ,ଏନ୍ଏନ୍ଏସ୍: ପୁରୀ ସହରରେ ଚାଇନିଜ୍ ମାଞ୍ଜା ସୂତା ବିକ୍ରି ବିରୋଧରେ ସ୍ପେଶାଲ ଡ୍ରାଇଭ। ପୁରୀ ସିଟି ପୋଲିସ ପକ୍ଷରୁ ରେଡ୍ କରି ୫ଟି ଦୋକାନୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ୨୨ଟି ଦୋକାନରେ ରେଡ୍ ବେଳେ ୫ଟିରୁ ମାଞ୍ଜା ସୂତା ମିଳିବାରୁ ମାମଲା ରୁଜୁ କରାଯାଇଛି।

ଟାଉନ୍ ଓ କୁମ୍ଭୀରପଡା ଥାନା ଅଧୀନରେ ୨ଟି ଲେଖାଁଏ ଦୋକାନରୁ ମାଞ୍ଜା ଜବତ କରାଯାଇଛି। ସେହିପରି ସି ବିଚ୍ ଥାନା ଅଧୀନରେ ଗୋଟିଏ ଦୋକାନରୁ ମାଞ୍ଜା ସୂତା ମିଳିଥିବାରୁ ମାମଲା ରୁଜୁ ହୋଇଛି।

ସେପଟେ ଗତ ୨ ଦିନ ତଳେ କଟକରେ ୪ଟି ମାମଲାରେ ୧୪ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଏହାସହିତ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। କଟକ ଜଗତପୁର ଥାନା ପକ୍ଷରୁ ମାଞ୍ଜା ସୂତା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଥିବା ଜଣାପଡିଛି।