ଜୀବନ ବଞ୍ଚାଉଛି କ‌ରୋନା ଟିକା: ହୁ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସମଗ୍ର ବିଶ୍ବରେ ଚିନ୍ତା ବଢ଼ିଛି। ଆମେରିକାରେ ଦିନକରେ ସାଢ଼େ ଲକ୍ଷ, ଫ୍ରାନ୍ସରେ ୨ ଲକ୍ଷ, ବ୍ରିଟେନ୍‌ରେ ପାଖାପାଖି ୨ ଲକ୍ଷ ଲୋକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସରକାରଙ୍କ ଚିନ୍ତା ବଢ଼ିଛି ଯେ, କେମିତି ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିବ। କିନ୍ତୁ ଏସବୁ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ବୈଜ୍ଞାନିକ ଆଶ୍ବସ୍ତିପ୍ରଦାନ କରିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି ଯେ, ଟୀକାର ପ୍ରଭାବଶୀଳତା ପାଇଁ ଅନେକ କାରଣ ଦାୟୀ। ଗୋଟିଏ ପଟରେ ଟୀକା ଏବଂ ଦ୍ବିତୀୟଟି ହେଲା ବୟସ। ସେ କହିଛନ୍ତି ଯେ, ଟୀକା ସୁରକ୍ଷାତ୍ମକ ପ୍ରମାଣିତ ହୋଇଛି। ଗୁରୁତର ଚିକିତ୍ସାର ଆବଶ୍ୟକତା ପଡୁନାହିଁ। ଏହା ଏକ ଭଲ ସଂକେତ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଜ୍ଞାନିକ ସ୍ବାମୀନାଥନ୍‌ କ‌ୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ନେଇ ମଧ୍ୟ କହିଛନ୍ତି। ଆପଣଙ୍କ ବୟସ ଯେତିକି ବଢ଼ିବ, ଆପଣଙ୍କର ରୋଗ ସେତିକି ସମ୍ବେଦନଶୀଳ ହେବ। ଅନ୍ୟ କାରଣ ହେଉଛି ପ୍ରତିରକ୍ଷା ଦୁର୍ବଳ ହେବ। ସେ କହିଛନ୍ତି ଯେ, ଓମିକ୍ରନ୍‌ ସଂଖ୍ୟା ବଢୁଛି। ଟୀକା ନେଇଥିବା ଓ ନେଇ ନଥିବା ଲୋକଙ୍କ ଠାରେ ଓମିକ୍ରନ୍‌ ଚିହ୍ନଟ ହେଉଛି। ଓମିକ୍ରନ୍‌ ବିରୋଧରେ ଟୀକାର ପ୍ରଭାବ ରହିଛି। ଟିକା ନେବା ଦ୍ବାରା ଓମିକ୍ରନ୍‌ରୁ ଆପଣଙ୍କ ଜୀବନ ସୁରକ୍ଷିତ ରହିବ। ତେଣୁ ଯେଉଁମାନେ ଟୀକା ନେଇ ନାହାନ୍ତି ଶୀଘ୍ର ନେଲେ ଭଲ ବୋଲି ସେ ପରାମର୍ଶ ଦେଇଛନ୍ତି।