ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଶାହାଜହାଁପୁରରେ ଗଙ୍ଗା ଏକ୍ସପ୍ରେସୱେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୫୯୪ କିମି ଲମ୍ବ ଓ ୬ ଲେନର ଏହି ଏକ୍ସପ୍ରେସୱେ ନିର୍ମାଣରେ ୩୬ହଜାର ୨୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।

ଏହି ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମା’ ଗଙ୍ଗା ସମସ୍ତ ମଙ୍ଗଳ, ଉନ୍ନତି ଓ ପ୍ରଗତିର ସ୍ରୋତ। ମା’ ଗଙ୍ଗା ସମସ୍ତଙ୍କୁ ସୁଖ ଦେବା ସହ ଦୁଃଖ ନେଇଥାନ୍ତି। ଏମିତି ହିଁ ଗଙ୍ଗା ଏକ୍ସପ୍ରେସୱେ ୟୁପିର ପ୍ରଗତିରେ ନୂଆ ଦ୍ୱାର ଖୋଲିବ। ଆଜି  ଶାହାଜହାଁପୁରରେ ଐତିହାସିକ ଅବସର। ଆଜି ୟୁପିରେ ସବୁଠୁ ବଡ଼ ଏକ୍ସପ୍ରେସୱେ ଗଙ୍ଗା ଏକ୍ସପ୍ରେସୱେର କାମ ଆରମ୍ଭ ହୋଇଛି।