ଦିନକରେ ୧୬୯ କରୋନାରେ ସଂକ୍ରମିତ, ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୯ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୯୭ଜଣ ଓ ସ୍ଥାନୀୟ ସଂକ୍ରମଣ ୭୨ଜଣ ରହିଛନ୍ତି। ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୨ହଜାର ୬୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୮, ଷ୍ଟେଟପୋଲରୁ ୧୯, ସମ୍ବଲପୁରରୁ ୧୦, କଟକ ଓ ସୁନ୍ଦରଗଡ଼ରୁ ୯ ଲେଖାଏଁ, ଗଞ୍ଜାମରୁ ୭, ଦେଓଗଡ଼ରୁ ୫, ଗଜପତି, ଯାଜପୁର ଓ ମୟୁରଭଞ୍ଜରୁ ୩ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀରୁ ୨ ଲେଖାଏଁ, କେନ୍ଦ୍ରାପଡ଼ାରୁ ଜଣେ ରହିଛନ୍ତି।

ସେହିପରି କରୋନା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଜଣକ ମୟୁରଭଞ୍ଜର ଜଣେ ୬୬ ବର୍ଷୀୟ ବୃଦ୍ଧ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୨ହଜାର ୬୪୧ ହୋଇଥିବାବେଳେ ୧୦ଲକ୍ଷ ୪୨ହଜାର ୨୨୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୪୪୨ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୨୨ ଜଣ ଚିକିତ୍ସିତ ହେଉଛନ୍ତି।