ପୁଣି ଧରାପଡ଼ିଲେ କଫ୍ ସିରପ୍ ମାଫିଆ : ୩ ଗିରଫ

ବଲାଙ୍ଗିର,ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଟାଉନ ପୁଲିସ ହାତରେ ପୁଣି କଫ୍ ସିରପ୍ ମାଫିଆ ଧରା ପଡ଼ିଛନ୍ତି। ଗତକାଲି ରାତି ୮ଟା ୩୫ ମିନିଟରେ ସ୍ଥାନୀୟ ବରପାଲିପଡ଼ାରୁ ୨୦୪ ବୋତଲ କଫ୍ ସିରପ୍, ହୋଣ୍ଡା ଏକଟିଭା ସ୍କୁଟି, ୩ ଲିଟର ଲୁଜ କଫ୍ ସିରପ୍ ରହିଥିବା ଏକ ଜାର ସହ ନଗଦ ୬,୬୨୫ ଟଙ୍କା ଟାଉନ ପୁଲିସ୍ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବିଭୂତିପଡ଼ାର ସୁରଜ ମେହେର, ରାଜା ମେହେର ଓ ଇନ୍ଦିରାନଗରର ସରୋଜ ବିଶି ବୋଲି ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗିର ପୁଲିସ କଫ୍ ସିରପ୍ ଚୋରା ଚାଲାଣ ମାମଲାରେ ଗତକାଲି ୪ଜଣଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ପୁଣି ୩ଜଣଙ୍କୁ କୋର୍ଟ ଚାଲାଣ କରିିଛି।