ନୂଆଦିଲ୍ଲୀ: କେନ୍ଦ୍ର ସରକାର ଝିଅଙ୍କ ନ୍ୟୁନତମ ବିବାହ ବୟସକୁ ବଢ଼ାଇ ଦେଇଛନ୍ତି। ଝିଅଙ୍କ ନ୍ୟୁନତମ ବିବାହ ବୟସ ୧୮ରୁ ୨୧ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ଲଗାଇ ଦେଇଛନ୍ତି। ଆଉ ଆଗାମୀ ସପ୍ତାହରେ ଏହା ସହିତ ଜଡ଼ିତ ବିଲ୍ ଲୋକସଭାରେ ଆଗତ କରାଯିବ। ଏଥିସହିତ ନିର୍ବାଚନ ସୁଧାରିବାକୁ ନେଇ ବିଲ୍ ମଧ୍ୟ ଆଗାମୀ ସପ୍ତାହରେ ଆଗତ କରାଯିବ ବୋଲି କେନ୍ଦ୍ର ଶ୍ରମମନ୍ତ୍ରୀ ମୁରଲୀଧର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଝିଅଙ୍କ ବିବାହ ସହ ଜଡ଼ିତ ଆଇନର ନାମ ‘ବାଲ୍ୟ ବିବାହ ନିଷେଧ ୨୦୨୧’ ରଖାଯିବ। ଏହାଦ୍ୱାରା ବାଲ୍ୟ ବିବାହ ଅଧିନିୟମ, ୨୦୦୬ରେ ପରିବର୍ତ୍ତନ କରାଯିବ।