ନୂଆଦିଲ୍ଲୀ: ଭାରତୀୟ ହକି ଟିମ୍ ଏସିଆନ ଚାମ୍ପିଆନସିପ୍ ଟ୍ରଫିରେ ପାକିସ୍ତାନକୁ ୩-୧ରେ ହରାଇ ଦେଇଛି। ଏହି ବିଜୟ ପରେ ୩ଟି ମ୍ୟାଚରୁ ଭାରତ ପାଖରେ ୭ ପଏଣ୍ଟ ରହିଛି। ଭାରତ ପକ୍ଷରୁ ହରମନପ୍ରୀତ ୨ଟି ଓ ଆକାଶଦୀପ ସିଂହ ଗୋଟିଏ ଗୋଲ କରିଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଭାରତୀୟ ଟିମ୍ କୋରିଆ ବିରୋଧରେ ଖେଳିଥିବା ପ୍ରଥମ ମ୍ୟାଚକୁ ୨-୨ରେ ଡ୍ର ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ୯-୦ରେ ହରାଇଥିଲା।