ନୂଆଦିଲ୍ଲୀ,ଏଜେନ୍ସି: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଅନୀଲ୍ ଅମ୍ବାନୀ ପରିଚାଳିତ ରିଲାଏନ୍ସ କ୍ୟାପିଟାଲ୍ (ଆର୍ସିଏଲ୍) ରେ ୨,୫୦୦ କୋଟି ଟଙ୍କା ନିବେ କରିଥିଲା। ଏହି ନିବେଶ ବାବଦକୁ ଆର୍ସିଏଲ ସୁଧ ରାଶି ଜମା କରିନାହିଁ। ଗତ ଅକ୍ଟୋବର ୨୦୧୯ରୁ ସୁଧ ରାଶି ବକେୟା ରହିଛି। ଫଳରେ ଇପିଏଫ୍ଓ ରିଲାଏନ୍ସ କ୍ୟାପିଟାଲ୍ ବିରୋଧରେ ଦେବାଳିଆ ପଦକ୍ଷେପ ଗ୍ରହଣ କରିବାକୁ ଆବେଦନ କରିଥିଲା ବୋଲି ଆଜି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୯, ନଭେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆର୍ସିଏଲ୍ର ପରିଚାଳନା ମଣ୍ଡଳୀକୁ ଭଙ୍ଗ କରି ନୂଆ ପ୍ରଶାସକ ନିଯୁକ୍ତ କରିଛି।