ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମକୁ ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଟେଷ୍ଟ ଦଳର ଉପଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ଆଜି ଅଭ୍ୟାସ ସମୟରେ ତାଙ୍କୁ ହାତରେ ଆଘାତ ଲାଗିଛି। ଫଳରେ ରୋହିତ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଆଉ ତାଙ୍କ ସ୍ଥାନରେ ପ୍ରିୟାଙ୍କ ପାଂଚାଲଙ୍କୁ ସୁଯୋଗ ମିଳିଛି। ପ୍ରିୟାଙ୍କ ଭାରତ ଏ ଟିମର ଅଧିନାୟକ।
ସୂଚନାଯୋଗ୍ୟ, ରୋହିତଙ୍କୁ ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ୨ଟି ମ୍ୟାଚର ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇଥିଲା। ଭାରତ ଏହି ସିରିଜକୁ ୧-୦ରେ ଜିତିଥିଲା। ସାଉଥ ଆଫ୍ରିକା ଗସ୍ତ ଲାଗି ଅଜିଙ୍କ୍ୟ ରାହାଣେ ସ୍ଥାନରେ ରୋହିତଙ୍କୁ ଉପଅଧିନାୟକ କରାଯାଇଥିଲା। ଆଉ ଫର୍ମରେ ନଥିବା ରାହାଣେଙ୍କ କିନ୍ତୁ ଦଳରେ ସ୍ଥାନ ମିଳିଛି।