ବରିଷ୍ଠ ଜାତୀୟ ପୁରୁଷ ହକି ଚାମ୍ପିଅନସିପ୍: ଗୁଜୁରାଟକୁ ୮-୦ ଗୋଲ୍‌ରେ ହରାଇଲା ଓଡିଶା

ପୁଣେ,ଏଜେନ୍ସି: ଚଳିତ ଏକାଦଶତମ ହକି ଇଣ୍ଡିଆ ବରିଷ୍ଠ ଜାତୀୟ ପୁରୁଷ ହକି ଚାମ୍ପିଅନସିପ୍‌ର ଦ୍ବିତୀୟ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା। ପୁଣେରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ରବିବାର ହକି ବିହାର, ହକି ଝାଡଖଣ୍ଡ, ଓଡିଶା, ହକି ବେଙ୍ଗଲ, ଉତ୍ତର ପ୍ରଦେଶ ହକି, ତେଲେଙ୍ଗାନା ହକି ଓ ହକି ମହାରାଷ୍ଟ୍ର ବିଜୟ ହାସଲ କରିଛନ୍ତି।

ଦିନର ପ୍ରଥମ ମ୍ୟାଚ୍‌ରେ ପୁଲ୍‌-ଏଫ୍ ମ୍ୟାଚ୍‌ରେ ଗୁଜୁରାଟ ଓ ଓଡିଶା ମୁହାଁମୁହିଁ ହୋଇଥିଲେ। ଉଭୟ ଟିମ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା ଓ ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ତେବେ ଏହାପରେ ଟିମ ଓଡିଶା ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଓ ୮-୦ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା। ଓଡିଶା ପକ୍ଷରୁ ସୁଶୀଲ ଧାନୱାର ସର୍ବାଧିକ ୩ଟି (୧୭’, ୨୬’, ୨୬’), ପ୍ରକାଶ ବାର୍ଲା(୩୪’, ୫୭’), ପତ୍ରାସ ତିର୍କୀ(୩୯’, ୫୨’) ଗୋଲ୍‌ କରିଥିଲେ।

ପୁଲ୍‌-ଏଫର ଦ୍ବିତୀୟ ମୁକାବିଲାରେ ହକି ବେଙ୍ଗଲ ଗୋଆନ୍‌ସ ହକିକୁ ୮-ରେ ମାତ୍‌ ଦେଇଥିଲା। ସେହିପରି ଉତ୍ତର ପ୍ରଦେଶ ହକି କେରଳ ହକିକୁ ୯-୦, ହକି ଝାଡଖଣ୍ଡ ୧୧-୦ରେ ଆସାମ ହକିକୁ ହରାଇଛନ୍ତି। ତେଲେଙ୍ଗାନା ହକି ହିମାଚଳ ହକିକୁ ୧୩-୧ ଓ ହକି ମହାରାଷ୍ଟ୍ର ମିଜୋରାମ ହକିକୁ ୧୮-୦ ଗୋଲ୍‌ରେ ହରାଇଛନ୍ତି।