ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସମୀକ୍ଷା କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ରାୟଗଡ଼ ବ୍ଲକର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ଼ ଲୁକୁଟି ପରିଦର୍ଶନ କରିଛନ୍ତି । ସାନ ଲୁକୁଟି ନାଳ ଉପରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣଧୀନ କଲଭର୍ଟର କାମକୁ ରାୟଗଡ଼ ଜିଲ୍ଲା ପ୍ରଶାସନର ଅଭିଯୋଗକ୍ରମେ ଅନେକ ଦିନରୁ ବନ୍ଦ କରାଯାଇଥିଲା। ଏହାକୁ ଆଜି ଜିଲ୍ଲାପାଳ ଅନୁଧ୍ୟାନ କରିବା ସହ ସଂପୃକ୍ତ ଜମି ମାଲିକଙ୍କୁ ଡାକି ଜମି ଦେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ତାଙ୍କ ଜମି କଲଭର୍ଟ କଲେ ଜମି ମାଲିକର କୌଣସି ଆପତ୍ତି ନାହିଁ ବୋଲି କହିବାରୁ ଏହାକୁ ନେଇ କାଗଜ ପତ୍ର କରିବାକୁ ତହସିଦଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପରେ ବଡ଼ ଲୁକୁଟି ଗ୍ରାମରେ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ଗର୍ଭବତୀ ଓ ପ୍ରସୁତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର, ରାୟଗଡ଼ ବ୍ଲକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ସହକାରୀ ଯନ୍ତ୍ରୀ ଓ ତହସିଲଦାର ରାୟଗଡ଼ ପ୍ରମୁଖ ଯୋଗ ଦେଇଥିଲେ। ପରେ ଅପରାହ୍ନରେ କୋଲନରା ତହସିଲ କାର୍ଯ୍ୟାଳୟର ପରିଦର୍ଶନ କରି ହିତାଧିକାରୀଙ୍କୁ ଜିଲ୍ଲାପାଳ ଘରଡ଼ିହ ପଟ୍ଟା ପ୍ରଦାନ କରିଥିଲେ ।