ଘାଟିରୁ ଖସିଲା ପିକଅପ୍ ଭ୍ୟାନ୍, ଜଣେ ମୃତ ଓ ୫ ଗୁରୁତର

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘାଟିରୁ ପିକଅପ୍ ଭ୍ୟାନ୍ ଖସି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମହେନ୍ଦ୍ରଗିରି ଶୈବପୀଠ ଦର୍ଶନ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମ୍ବୁଲାନ୍ସ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚିଛି।