ବିପିନ ରାୱତଙ୍କ ପାଇଁ ପାଟଣାଗଡ ଲାୟନ୍ସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼,ଏନ୍ଏନ୍ଏସ୍: ଭାରତର ପ୍ରଥମ ତିନିସେନାର ମୁଖ୍ୟ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମ ପତ୍ନୀ ସହ ୧୧ ଜଣ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁରେ ପାଟଣାଗଡ ଲାୟନ୍ସ କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ପାଟଣାଗଡ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସଦାଶିବ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ସାଥୀଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନ କରାଯାଇଥିଲା।

ଏହି ଶ୍ରଦ୍ଧଞ୍ଜଳି ସଭାରେ ସ୍କୁଲ ସଭାପତି ଲାୟନ୍ସ ମନୋଜ ନନ୍ଦ, ଜୋନ ଚେୟାରମ୍ୟାନ ଲାୟନ୍ସ ଶ୍ରୀକାନ୍ତ ପାତ୍ର, ଲାୟନ୍ସ ଦର୍ପଗଞ୍ଜନ ପଟ୍ଟନାଏକ, ଲାୟନ୍ସ ଭକ୍ତବନ୍ଧୁ ବାଗ, ଲାୟନ୍ସ ମହାଦେବ ମେହେର, ଲାୟନ୍ସ ସୁନୀଲ ଅଗ୍ରୱାଲ ଓ କ୍ଲବ ସମ୍ପାଦକ ଗଜାନନ ଅଗ୍ରୱାଲ ସମେତ ସ୍କୁଲର ଅଧ୍ୟକ୍ଷ ଗୋବର୍ଦ୍ଧନ ନାଏକ, ସ୍କୁଲ ପ୍ରଶାସନ ପ୍ରତ୍ୟୁଷ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସ୍ୱର୍ଗତ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।