୫ ଦଶକରୁ ଅଟକିଥିବା କାମକୁ ଆମେ ୫ ବର୍ଷରେ ଶେଷ କରିଛୁ: ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲରାମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସବୁଠୁ ବଡ଼ କେନାଲ ପରିଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ମୋଦୀ କହିଛନ୍ତି ଯେ, ୫୦ ବର୍ଷ ପୂର୍ବରୁ ଏହି ଯୋଜନାର କାମ ଆରମ୍ଭ ହୋଇଥିଲା ଯାହାକି ଏବେ ଶେଷ ହୋଇଛି। ୫ ଦଶକରୁ ଅଟକିଥିବା କାମକୁ ଆମେ ୫ ବର୍ଷରେ ଶେଷ କରିଛୁ। ଯେଉଁ ସମୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ଏହାର ବ୍ୟୟବରାଦ ୧୦୦ କୋଟି ଟଙ୍କାରୁ କମ୍ ଥିଲା। କିନ୍ତୁ ଆଜି ଏହା ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଶେଷ ହୋଇଛି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ୧୦୦ ଗୁଣା ଅଧିକ ମୂଲ୍ୟ ଦେଶକୁ ଭରିବାକୁ ପଡ଼ିଲା। ଜନତାଙ୍କ ଟଙ୍କାକୁ ନଷ୍ଟ କରିଥିବା ପୂର୍ବ ସରକାରଙ୍କୁ ଦଣ୍ଡ ମିଳିବା ଉଚିତ।