ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଆ ବୀର ଯବାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ବୀର ଯବାନ ରାଣାପ୍ରତାପ ଦାସ ପଞ୍ଚଭୂତରେ ବିଳୀନ ହୋଇଛନ୍ତି। ଜନ୍ମମାଟି ତାଳଚେରର କୃଷ୍ଣପୁରରେ ରାଷ୍ଟ୍ରୟ ମର୍ଯ୍ୟାଦାରେ ଗନ୍ ସାଲ୍ୟୁଟ ପ୍ରଦାନ କରାଯାଇଛି। ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘାଟି ଲୋକାରଣ୍ୟ ହୋଇଯାଇଥିଲା। ‘ରାଣାପ୍ରତାପ ଅମର ରହେ’ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ରାଣାପ୍ରତାପଙ୍କୁ ପୁତୁରା ଆତିସ ଦାସ ମୁଖାଗ୍ନି ଦେଇଛନ୍ତି।