ପାଟଣାଗଡ଼,ଏନ୍ଏନ୍ଏସ୍: ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇ ସ୍ୱର୍ଗତ ବିପିନ ରାୱତଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ପାଟଣାଗଡ଼ ନଗର ଓ ବ୍ଲକ ବିଜେପିର ବହୁ କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ନଗର ସଭାପତି ମୁନା ମହାନ୍ତି, ପୂର୍ବତନ ରାଜ୍ୟ ଉପସଭାପତି ଓମପ୍ରକାଶ ଯୋଷୀ, ନାରୀ ନେତ୍ରୀ ଶୈଳବାଲା ବାଗ, ପାଟଣାଗଡ଼ ମହିଳା ସଭାପତି କାଦମ୍ବିନି ମିଶ୍ର, ଦେବକୀ ତାଣ୍ଡି ଓ ସବିତା ସରାଫଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।