ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୩୭୨ ରନରେ ହରାଇ ଦେଇଛି। ଏହି ବିଜୟ ସହ ଭାରତ ସିରିଜ ମଧ୍ୟ ନିଜ ନାଁରେ କରିଛି। ଭାରତ ତରଫରୁ ଆର ଅଶ୍ୱିନ୍ ଓ ଜୟନ୍ତ ଯାଦବ ୪ଟି ଲେଖାଏଁ ୱିକେଟ ନେଇ ନ୍ୟୁଜିଲାଣ୍ଡକୁ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଦେଇନଥିଲେ। ତୃତୀୟ ଦିନ ଖେଳ ଶେଷ ହେବା ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ୱିତୀୟ ପାଳିରେ ୫ଟି ୱିକେଟ ହରାଇ ୧୪୦ ରନ୍ କରିଥିଲା। ଏଥିସହିତ ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ଆଉ ମାତ୍ର ୨୭ ରନ୍ ନିଜ ଖାତାରେ ଯୋଡ଼ି ପାରିଥିଲେ।
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଡ୍ର ହୋଇଥିଲା।