କରୋନା ପ୍ରଭାବିତ ଦେଶରୁ ଆସିଥିବା ୨୪୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପ୍ରଭାବିତ ଦେଶରୁ ଆସିଥିବା ୨୪୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ସମସ୍ତ ଆକ୍ରାନ୍ତ ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିଲେ। ସମ୍ପୃକ୍ତ ଆକ୍ରାନ୍ତ ଓମିକ୍ରନରେ ସଂକ୍ରମିତ କି ନୁହେଁ ଜାଣିବା ପାଇଁ ସାମ୍ପଲ ଜିନମ୍ ସିକ୍ୟୁଏନସିଂ ପାଇଁ ଆସିଛି। ଆସନ୍ତା ଶୁକ୍ରବାର ଦିନ ଜିନମ୍ ସିକ୍ୟୁଏନସିଂ ରିପୋର୍ଟ ଆସିବ। ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।