ମୁମ୍ବାଇରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଓମିକ୍ରନ୍ ଭେରିଏଣ୍ଟ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇର କଲ୍ୟାଣ ଡମ୍ବିବଲୀ ଅଞ୍ଚଳକୁ ଆସିଥିବା ୩୩ ବର୍ଷୀୟ ବ୍ୟକ୍ତିଠାରେ ଓମିକ୍ରନ୍ ଭେରିଏଣ୍ଟ ଚିହ୍ନଟ ହୋଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ଭାରତରେ ୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।