ଆମେ କଦାପି ଭୋଟବ୍ୟାଙ୍କ ରାଜନୀତି କରିନାହୁଁ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେରାଡୁନ-ଦିଲ୍ଲୀ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ଏକ୍ସପ୍ରେସର ଶିଳାନ୍ୟାସ କରିଛନ୍ତି। ଏଥିସହିତ ୧୮ ହଜାର ଟଙ୍କାର ବିଭିନ୍ନ ବିକାଶ ଯୋଜନାର ଶୀଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଅନ୍ୟପଟେ ପ୍ୟାରେଡ ଗ୍ରାଉଣ୍ଡରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଜେପି କଦାପି ଭୋଟ ବ୍ୟାଙ୍କ ରାଜନୀତି କରି  ନାହାନ୍ତି। ‘ସବକା ସାଥ, ସବକା ବିକାଶ’ ବିଜେପିର ମୂଳମନ୍ତ୍ର।

ଅନ୍ୟପଟେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି। କୌଣସି ପାର୍ଟିର ନାମ ନନେଇ ମୋଦୀ କହିଛନ୍ତି ଯେ, ପ୍ରଥମେ ଯୋଜନା ନାଁରେ ଉତ୍ତରାଖଣ୍ଡରେ ଘୋଟାଲା ହେଲା। ୧୦ ବର୍ଷ ପର୍ଯ୍ୟନ୍ତ ଏମିତି ସରକାର ରହିଲା ଯିଏକି ସମୟ ନଷ୍ଟ କଲା। ଆଜି ଉତ୍ତରାଖଣ୍ଡରେ ବିକାଶର ଗଙ୍ଗା ବୋହୁଛି। ଗତ କିଛି ବର୍ଷର କଡ଼ା ସଂଘର୍ଷ ପରେ ଆଜି ଏହି ଦିନ ଆସିଛି।