ନୟାଗଡ,ଏନ୍ଏନ୍ଏସ୍: ନୟାଗଡ଼ର ସରକାରୀ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସର ରେଡ କରିଛି। ଏକା ସାଙ୍ଗରେ ଜୟନ୍ତ କୁମାର ଦାଶଙ୍କ ୫ଟି ସ୍ଥାନରେ ଭିଜିଲାନ୍ସର ରେଡ଼୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ ହୋଇଛି। ତାଙ୍କ ନିକଟରୁ ୨ ଲକ୍ଷ ୭୪ ହଜାର ୦୭୫ ଟଙ୍କା, ଗୋଟିଏ କାର୍, ୩ଟି ବାଇକ୍ ଜବତ ହୋଇଛି।
ଜୟନ୍ତ ଦାସଙ୍କ ନୟାଗଡ ସ୍ଥିତ ଲେଙ୍କୁଡିପଡ଼ାରେ ଥିବା ଚାରି ତାଲା କୋଠା, ଓଡଗାଁରେ ଥିବା ଦୁଇଟି ଦୁଇ ମହଲା କୋଠା ଓ ବିରୁଦାରେ ଥିବା ଏକ କୋଠା ଓ ତାଙ୍କ ଅଫିସରେ ଭିଜିଲାନ୍ସ ଚଢ଼ଉ କରିଥିଲା। ତେବେ ଏହି ଚଢ଼ଉରେ ୪ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର, ଜଣେ ଏସଆଇ, ୪ ଜଣ ଏଏସଆଇ ଓ ଅନ୍ୟ ସଦସ୍ୟ ସାମିଲ ଥିଲେ।