ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ୧୨ ଜଣ ସନ୍ଦିଗ୍ଧ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲଏନ୍ଜେପି)ରେ ଚିକିତ୍ସିତ ହେଉଛନ୍ତି। ଏମାନେ କୋଭିଡ୍ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଓମିକ୍ରନ୍ରେ ସଂକ୍ରମିତ କି ନୁହେଁ, ତାହା ଯାଞ୍ଚ କରିବାକୁ ସେମାନଙ୍କର ନମୁନା ଜେନୋମ୍ ଟେଷ୍ଟିଂ ପାଇଁ ପଠାଯାଇଛି।
ଗୁରୁବାର ୮ ଜଣ ଓ ଶୁକ୍ରବାର ଆଉ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରାନ୍ତମାନେ ବିଗତ ତିନିଦିନ ମଧ୍ୟରେ ବିଦେଶରୁ ଦିଲ୍ଲୀରେ ପହଞ୍ଚିଥିବା କୁହାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବ୍ରିଟେନ ଓ ଫ୍ରାନ୍ସରୁ ୪ ଜଣ ଲେଖାଏଁ ଆସିଥିବାବେଳେ ୩ ଜଣ ତାଞ୍ଜାନିଆରୁ ଓ ଅନ୍ୟ ଜଣେ ବେଲଜିୟମରୁ ଆସିଛନ୍ତି। ଆଗାମୀ ୫/୬ ଦିନ ମଧ୍ୟରେ ଏହି ରୋଗୀମାନେ ଓମିକ୍ରନ୍ରେ ଆକ୍ରାନ୍ତ କି ନାହିଁ, ତାହା ଜଣାପଡିବ ବୋଲି ଏଲଏନ୍ଜେପି ହସ୍ପିଟାଲର ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି। ଏପର୍ଯ୍ୟନ୍ତ ଭାରତରେ କେବଳ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏ ଦୁହେଁ କର୍ଣ୍ଣାଟକର ବୋଲି ସୁରେଶ କୁମାର ସୂଚନା ଦେଇଛନ୍ତି।