ଡେଲାଙ୍ଗ,ଏନ୍ଏନ୍ଏସ୍: ସମ୍ଭାବ୍ୟ ସାମୁଦ୍ରିକ ଝଡ ‘ଜୱାଦ’କୁ ନେଇ ପୁରୀ ଜିଲ୍ଲାପାଳ ଆଜି ଭିସିରେ ଜିଲ୍ଲାର ସମସ୍ତ ବିଡିଓ,ଆଇଆଇସି ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଡଛନ୍ତି। ଏହି ଅବସରରେ ଡେଲାଙ୍ଗ ବ୍ଲକ ପ୍ରସାଶନ ପକ୍ଷର ଶୁକ୍ରବାରୁ ବାତ୍ୟା ଜୱାଦକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡେଲାଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ ଦିଲ୍ଲିପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡା, ଥାନାଧିକାରୀ ଅନିଲ କୁମାର ମହାନ୍ତି ପମୁଖ ଉପସ୍ଥିତ ରହିବା ସହିତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ମୁକାବିଲା କରିବା ପାଇଁ ଡେଲାଙ୍ଗ ବ୍ଲକ ପ୍ରସାଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ଅଲୋଚନା ହୋଇଥିଲା। ଏହା ସହିତ ବ୍ଲକ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ନମ୍ବର ୮୨୪୯୯୮୨୦୩୨, ୯୯୩୭୭୬୭୨୮୮, ୬୩୭୦୨୭୫୩୬ ଜାରି କରାଯାଇଛି।
ତହସିଲ ଓ ବ୍ଲକ କାର୍ଯ୍ୟଳୟର ସମସ୍ତ କର୍ମଚାରୀମାନେ ବାତ୍ୟା ସମୟରେ ହେଡକ୍ୱାଟରରେ ଉପସ୍ଥିତ ରହିବୋ ୨୧ଟି ପଞ୍ଚାୟତକୁ ୩ ଭାଗରେ ବିଭକ୍ତ କରାଯାଇ ଡେଲାଙ୍ଗ ତହସିଲଦାର, ବିଡିଓ ଓ ଆଇଆଇସିଙ୍କ ଦ୍ୱାରା ନିୟନ୍ତ୍ରଣ କରାଯିବା ଚାଳଛପର, ଆଜିବେଷ୍ଟ ଓ ଜରିପାଲ ତଳେ ରହୁଥିବା ଲୋକମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇ ଆଶ୍ରୟ ସ୍ଥଳକୁ ନିଆଯିବ। ବାତ୍ୟା ଯୋଗୁ ବିଦ୍ୟୁତ ସେବା ବ୍ୟାହତ ହେବାର ଆଶଙ୍କା ପ୍ରତି ଦୃଷ୍ଟିରଖି ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଜେନେରେଟର ବ୍ୟବସ୍ଥା କରାଯିବ। ପାନୀୟ ଜଳଯାଗାଣ ବ୍ୟବସ୍ଥା ଦିଗରେ ବିହିତ ପଦକ୍ଷେପ ନିଆଯାଇ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ନିସ୍ପତି ନିଆଯାଇଛି। ଏହା ସହିତ ବିଭିନ୍ନ ସ୍ଥାନରେ ଥିବା ଓଭର ହେଡ ଟାଙ୍ଗୀ ଗୁଡିକ ପାନୀୟ ଜଳ ପୂର୍ଣ୍ଣ କରାଯିବ ଓ ପାଣି ଉଠାଇବା ପାଇଁ ଜେନେରେଟର ବ୍ୟବସ୍ଥା କରାଯିବ।
ଡେଲଙ୍ଗ ବ୍ଲକରେ ଥିବା ୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ବିପନ୍ନଙ୍କୁ ରଖିବା ଲାଗି ସୁବିଧା କରାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ସାନିଟାଇଜ କରାଯାଇ, ସ୍ୱାସ୍ଥ୍ୟ ବିଭାଗକର୍ମଚାରୀ ମାନେ ଔଷଧ ସହିତ ଉପସ୍ଥିତ ରହିବେ। ଅତି ଆବଶ୍ୟକ ପଡିଲେ ବିଭିନ୍ନ ବିଦ୍ୟାଳୟ ଓ କଲ୍ୟାଣମଣ୍ଡପରେ ମଧ୍ୟ ଜରୁରୀ କାଳୀନ ବାତ୍ୟାଆଶ୍ରୟ ସ୍ଥଳ କେନ୍ଦ୍ର ଖୋଲାଯାଇ ସେଠାରେ ବିପନ୍ନ ମାନେ ଆଶ୍ରୟ ନେବେ ଲାଗି ବ୍ୟବସ୍ଥା କରାଯିବ। ଯେଉଁଠାରେ ଶୌଚାଳୟ, ପାନୀୟଜଳ ଯୋଗାଣର ସୁବିଧା ରହିଛି ସେହି ସ୍ଥାନ ଗୁଡିକୁ ଜରୁରୀକାଳୀନ ବାତ୍ୟାଆଶ୍ରୟ ସ୍ଥଳ ପାଇଁ ଚୟନ କରାଯିବ। ଗର୍ଭବତୀ ମହିଳା ମାନଙ୍କ ପାଇଁ ଜରୁରୀ ସେବା ଯୋଗଇ ଦିଆଯିବା ସହିତ ଖାଦ୍ୟ ଏବଂ ଔଷଧର ବ୍ୟବସ୍ଥା କରାଯିବ। ସେହିପରି ଡେଲାଙ୍ଗ ଅଗ୍ନିସମ ବିଭାଗ ୨୪ ଘଣ୍ଟି ସଜାଗ ରହିଛି ଓ ବିପନ୍ନଙ୍କୁ ସହାୟତା ଯୋଗାଦେବା ପାଇଁ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ଜେନା ପ୍ରସ୍ତାପ ରଖି ଏକ ନମ୍ବର ଜାରିକରିଛି ୦୬୭୫୮-୨୪୨୩୦୧।