ବ୍ରହ୍ମପୁର ନବ ବଧୂଙ୍କ ଧାରଣା ପ୍ରସଙ୍ଗ: ୭ ଦିନ ସାଙ୍ଗ ହୋଇ ରହିବାକୁ କୋର୍ଟର ନିର୍ଦ୍ଦେଶ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରେ ଶ୍ୱଶୁର ଘର ଆଗରେ ଅନେକ ଦିନ ଧରି ଧାରଣାରେ ବସିଥିବା ନବ ବଧୂ ତପସ୍ୱିନୀ ପ୍ରସଙ୍ଗରେ ଆଜି ଏସଡିଜେଏମ କୋର୍ଟ ପକ୍ଷରୁ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ମାମଲାର ସମାଧାନ କରିବା ପାଇଁ ରାୟ ଶୁଣାଣି କରିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଯୋଡିବା ପାଇଁ ଏସଡିଜେଏମ କୋର୍ଟ ଉଦ୍ୟମ କରିଛନ୍ତି। ୭ ଦିନ ପର୍ଯ୍ୟନ୍ତ ସାଙ୍ଗ ହୋଇ ରହିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସିକା ଠାରେ ଏକ ଭଡ଼ା ଘରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଡ଼ା ଘରେ ସୁରକ୍ଷା ଦାୟିତ୍ୱରେ ରହିବେ ଆସିକା ଥାନା ଆଇଆଇସି। ଏହି ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି।