ଭଦ୍ରକ ପୁଲିସର ଏନକାଉଣ୍ଟର, ୨ ଅପରାଧୀ ଆହତ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ପୁଲିସର ଏନକାଉଣ୍ଟର। ଏଥିରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ୨୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲାର ବରପଦା ଠାରେ ଏହି ଏନକାଉଣ୍ଟର କରାଯାଇଛି। ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୁଲିସ ଏନକାଉଣ୍ଟର କରିଛି। ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି।

ଏହାସହିତ ଅପରାଧୀ ଦୁଇ ଜଣ ପୋଲିସକୁ ପାଲଟା ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଗ୍ରାମାଞ୍ଚଳ ଖାନା ଅଧିକାରୀଙ୍କ ସହ କେତେକ ପୁଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଦୁଇ ଜଣ ଅପରାଧୀ ହେଲେ ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳ ଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ। ଏହି ଦୁଇ ଜଣ ଯାକ ଭଦ୍ରକର ଏକ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ୍ କିରିଥିଲେ। ଏହି ଲୁଟରେ ୬ ଜମ ସାମିଲ ରହିିଥିବା ବେଳେ ୨ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ବାକି ୪ ଜଣଙ୍କୁ ପୁଲିସ ଅଟକ ରଖିଛି।

ସେମାନଙ୍କ ନିକଟରୁ ୩ ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଖବର ପାଇ ଯାଇଥିବା ବେଳେ ପୁଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଗ୍ୟାଙ୍ଗ ବହପ ଲୁଟରେ ଜଡିତ ଥିବା ସୂଚନା ମିଳିଛି। ଏହି ଗ୍ୟାଙ୍ଗ ସହ ବିହାର ଲିଙ୍କ ଥିବା ସୂଚନା ମିଳିଛି।