ଓମିକ୍ରନ୍‌ ସଂକଟ ମଧ୍ୟରେ ସିକ୍କିମରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

କୋଲକାତା,ଏଜେନ୍ସି: କରୋନାର ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟକୁ ନେଇ ବିଶ୍ବରେ ଭୟ ସଂଚାର ଦେଖାଯାଇଛି। ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ବିଶ୍ବବାସୀଙ୍କର ଚିନ୍ତା ବଢ଼ିଯାଇଛି। କୁହାଯାଉଛି ଯେ, ଏହା ହେଉଛି କରୋନାର ସବୁଠାରୁ ଶକ୍ତିଶାଳୀ ପ୍ରାରୂପ। ଏହି କାରଣରୁ ଭାରତରେ ଏହି ନୂଆ ଭ୍ୟାରିଆଣ୍ଟରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସିକ୍କିମରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ସରକାର କଟକଣା ଲାଗୁ କରିଦେଇଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସିକ୍କିମରେ ବିଦେଶୀ ନାଗରିକ ପ୍ରବେଶ କରିପାରିବେ ନାହିଁ। ଏହି ନିଷ୍ପତ୍ତି ଓମିକ୍ରନ୍‌ ବିପଦ କାରଣରୁ ନିଆଯାଇଛି। କୁହାଯାଇଛି ଯେ, ୨୦୨୧ ଡିସେମ୍ବର ୧୫ ପର୍ଯ୍ୟନ୍ତ ସିକ୍କିମ ଯିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ଇନରଲାଇନ୍‌ ଅନୁମତି ବାତିଲ କରିଦିଆଯାଇଛି। ସେହିପରି ବିଦେଶୀ ନାଗରିକ ମାନେ ସେଠାକୁ ବୁଲିବାକୁ ଯାଇପାରିବେ ନାହିଁ। କେନ୍ଦ୍ର ସରକାର ବିଦେଶୀ ଫେରନ୍ତାଙ୍କ କଟକଣା ଲାଗୁ କରିବା ପରେ ସିକ୍କିମ ସର୍ବ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନେଇଛି।